ମାଲକାନଗିରି ବଜାରରେ ପ୍ଲାଷ୍ଟିକ୍ ଅଣ୍ଡା, ଲୋକେ ଆତଙ୍କିତ !

8

ମାଲକାନଗିରି,୧୩/o୯(ଏଜେନସି) : ଓଡ଼ିଶାର ଉପାନ୍ତ ଜିଲ୍ଲା ମାଲକାନଗିରି ବଜାରରେ ପ୍ଲାଷ୍ଟିକ୍ ଅଣ୍ଡା ମିଳିଥିବା ଏବେ ସେଠାରେ ଚର୍ଚ୍ଚାର ବିଷୟ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ହାଇଟେକ୍ କଲୋନିର ଦିଗାମ୍ବର ବେହେରା ନାମକ ଜଣେ ବ୍ୟକ୍ତି ଆଜି ସକାଳେ ନିକଟରେ ଥିବା ଏକ ଦୋକାନରୁ ୪ଟି ଅଣ୍ଡା କିଣିଥିଲେ । ସେଥିଭିତରୁ ତିନିଟି ପ୍ଲାଷ୍ଟିକ୍ ଅଣ୍ଡା ଥିବାର ସୂଚନା ରହିଛି।
ଏହି ପ୍ଲାଷ୍ଟିକ୍ ଅଣ୍ଡାର କେଶର ହାତରେ ଧରିଲେ ଝୁଲି ରହୁଥିବା ଦେଖାଯାଉଛି। ଖାଲି ସେତିକି ନୁହେଁ ଏହି ଅଣ୍ଡାଗୁଡ଼ିକର ଆକାର ବି ଟିକେ ଅଲଗା। ପ୍ଲାଷ୍ଟିକ୍ ଅଣ୍ଡାଗୁଡ଼ିକ ଟିକେ ଗୋଲ୍ ଦିଶୁଛି।ଏହି ଅଣ୍ଡା ସଂପର୍କରେ ଦୋକାନୀଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ହୋଲସେଲ ଦୋକାନରୁ ସେ କିଣିଛନ୍ତି।

ADVERTISEMENT