ପୁରୀ ବିକାଶ ପାଇଁ ୫ ଯୁବ ଆଇଏଏସଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର

9

ଭୁବନେଶ୍ୱର ,୧୩/o୯(କୁନା ପ୍ରଧାନ) : ପୁରୀର ବିକାଶ ପାଇଁ ୫ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଶିକ୍ଷାନବିଶ ଆଇଏଏସମାନେ ପୁରୀ ଜିଲ୍ଲାପାଳଙ୍କୁ ସହଯୋଗ କରିବେ ।ପୁରୀର ବିକାଶ ପାଇଁ ହେଉଥିବା ବିଭିନ୍ନ ପ୍ରକଳ୍ପ ଦାୟିତ୍ବରେ ରହିବେ ଏହି ୫ ଜଣ ଆଇଏଏସ । ଏହି ଆଇଏଏସ ଅଫିସରମାନେ ୨୦୧୮ ବ୍ୟାଚର ହୋଇଥିବାବେଳେ ଏମାନଙ୍କ ନାମ ହେଉଛି ସୂର୍ଯ୍ୟବଂଶୀ ମୟୁର ବିକାଶ, ଡ.ଶୁଭଙ୍କର ମହାପାତ୍ର, କୀର୍ତ୍ତିଭାସନ୍ ଭି, ଜେ ସୋନାଲ ଓ ଭୁବନେଶ ଦେବଦାସ ପାଟିଲ । ଏହି ଆଇଏଏସ୍ ଅଧିକାରୀମାନେ ଶୁକ୍ରବାର ପୁରୀରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୁରୀ ଯିବା ପୂର୍ବରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍. ବାଲକ୍ରିଷ୍ଣନ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ସେମାନଙ୍କୁ ସେମାନଙ୍କର ଦାୟିତ୍ୱ ସଂପର୍କରେ ବୁଝାଇବା ସହ ରାଜ୍ୟ ସରକାରଙ୍କ ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତିବଦ୍ଧତାର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି ।

ADVERTISEMENT