ରବର୍ଟ ଭଦ୍ରାଙ୍କୁ : ବିଦେଶ ଯିବା ପାଇଁ ଅଦାଲତରୁ ଅନୁମତି ମିଳିଲା

17

ନୂଆଦିଲ୍ଲୀ,୧୩/o୯(ରବି ଦାସ ) : ଶୁକ୍ରବାର ଦିଲ୍ଲୀ ଅଦାଲତ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇଛନ୍ତି । ବ୍ୟବସାୟ ସହ ଜଡ଼ିତ କାମ ପାଇଁ ରବର୍ଟ ଭଦ୍ରା ବିଦେଶ ଯାଇ ପାରିବେ ବୋଲି ଅନୁମତି ଦେଇଛନ୍ତି ଦିଲ୍ଲୀ ଅଦାଲତ । ସେପ୍ଟେମ୍ବର ୨୧-ଅକ୍ଟୋବର ୮ପର୍ଯ୍ୟନ୍ତ ସ୍ପେନ୍‌ ଯିବା ପାଇଁ ରବର୍ଟ ଭଦ୍ରାଙ୍କୁ ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ଅନୁମତି ଦେବା ସହ ଏଭଳି ରାୟ ଶୁଣାଇଥିଲେ । ସୂଚନା ମୁତାବକ, ବେଆଇନ୍‌ ଅର୍ଥ କାରବାର ଅଭିଯୋଗରେ ରବର୍ଟ ଭଦ୍ରା ଫସିଥିବା ବେଳେ ଏବେ ତାଙ୍କୁ ଅଗ୍ରିମ ଜାମିନ୍‌ ମିଳିଛି ।

ADVERTISEMENT