ମୋଟର ସାଇକେଲ ନମ୍ବର ପ୍ଳେଟରେ ବିକୃକ ଲେଖା: ତନଖି କରିବ କିଏ . . . ?

40

ହିଂଜିଳିକାଟୁ,୧୪/o୯(ଶେଷଦେବ ସାହୁ): ଆଇନ ଅଛି, କିନ୍ତୁ କାର୍ଯ୍ୟକାରୀ କରିବାକୁ ଅଧିକାରୀ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯାହାର ଉଦାହରଣ ରାସ୍ତାରେ ଚାଲୁଥିବା ୨ ଚକିଆ ଓ ୪ ଚକିଆ ଗାଡ଼ିର ନମ୍ବର ପ୍ଳେଟ ଲେଖିବା କ୍ଷେତ୍ରରେ ଦେଖାଯାଇଛି । ବିଶେଷକରି ଏହା ମୋଟର ସାଇକେଲ କ୍ଷେତ୍ରରେ ଏହାର ଉଲଙ୍ଘନ ଅଧିକ ମାତ୍ରାରେ ହୋଇଥିବା ଲକ୍ଷ୍ୟ କରାଯାଉଛି । ହିଂଜିଳିକାଟୁ ସହରରେ ହଜାର ହଜାର ମୋଟର ସାଇକେଲ ପ୍ରତ୍ୟେହ ଯାତାୟତ କରିଥାନ୍ତି । ହେଲେ ସେ ସବୁକୁ ଲକ୍ଷ୍ୟ କଲେ ବିଭିନ୍ନ ଷ୍ଟାଇଲରେ ବିଭିନ୍ନ ପ୍ରକାରର ଚିତ୍ର ସହିତ ନମ୍ବର ଲେଖା ହୋଇଥିବା ଦେଖିବାକୁ ମିଳୁଛି । ମୋଟରଯାନ ଆଇନ ଅନୁଯାୟୀ ନମ୍ବର ପ୍ଳେଟ ଉପରେ ଗାଡ଼ିର ରେଜିଷ୍ଟେସନ ନମ୍ବର ହିଁ ଲେଖାଯିବ । ଏତଦ୍ ବ୍ୟତିତ୍ ଅନ୍ୟ କୌଣସି ଲେଖା ଯାଇପାରିବ ନାହିଁ । ମାତ୍ର ସ୍ଥାନୀୟ ସହରରେ ପ୍ରତ୍ୟେଡ ଘୁରି ବୁଲୁଥିବା ବହୁ ମୋଟର ସାଇକେଲ ସମେତ କିଛି ୪ ଚକିଆ ଯାନ (ବିଶେଷ କରି କାର୍ )ଗୁଡ଼ିକରେ ଗାଡ଼ିର ରେଜିଷ୍ଟେସନ ନମ୍ବରର ଉପର ଅକ୍ଷର ଗୁଡ଼ିକୁ ଅତି ଛୋଟ ଛୋଟ ଆକାରରେ ଲେଖାଯାଇଥିବା ବେଳେ ଶେଷ ୪ ଟି ସଂଖ୍ୟାକୁ ବଡ଼ ବଡ଼ ଅକ୍ଷରରେ ଲେଖାଯାଉଥିବାର ଦେଖିବାକୁ ମିଳୁଛି । ପୁଣି କେତେକ ଗାଡ଼ିରେ ନମ୍ବରରେ ୪ ଟି ସଂଖ୍ୟାରୁ ପ୍ରଥମ ୨ ଟି ଅତି ଛୋଟ କରି ଲେଖୁଥିବା ବେଳେ ଶେଷ ୨ ଟି ସଂଖ୍ୟାକୁ ବଡ଼ବଡ଼ ଅକ୍ଷରରେ ଲେଖୁଛନ୍ତି । ଅନ୍ୟ କେତେକ ଗାଡ଼ିରେ ସମସ୍ତ ନମ୍ବରକୁ ସାନ ଅକ୍ଷରରେ ଲେଖି କେବଳ ‘୦’ ଥିବା ଅକ୍ଷରଟିକୁ ବଡ଼ କରି ଲେଖୁଛନ୍ତି । ଏହା ଦ୍ୱାରା ଗାଡ଼ିର ପ୍ରକୃତ ରେଜିଷ୍ଟେସନ ନମ୍ବର କେତେ ହଠାତ୍ ଗାଡ଼ିକୁ ଦେଖି ଜାଣିବା ମୁସ୍କିଲ । ଆଇନ ରହିଛି ନମ୍ବର ପ୍ଳେଟ ଉପରେ ନମ୍ବର ବ୍ୟତିତ ଅନ୍ୟ କିଛି ଲେଖା ଯାଇପାରିବ ନାହିଁ । ମାତ୍ର ଅଧିକାଂଶ ମୋଟର ସାଇକେଲରେ କିଏ ପିଲାଙ୍କ ନାମ ଲେକିଛି ତ ଆଉ କିଏ ଦେବା ଦେବୀଙ୍କ ନାମ ଲେଖୁଛନ୍ତି । ତେବେ ସବୁଠାରୁ ଉଦ୍ବେଗର କଥା ହେଉଛି ଗାଡ଼ି ମୋଟର ଗୁଡ଼ିକର ନମ୍ବର ପ୍ଳେଟ ଗୁଡ଼ିକରେ ଏଭଳି ବିକୃତ କରି ନମ୍ବର ଲେଖାଯାଉଥିଲେ ମଧ୍ୟ ଏ ନେଇ କେବେ ବି ସ୍ଥାନୀୟ ପୋଲିସ ପ୍ରଶାସନ କିମ୍ବା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଯାଂଚ କରାଯାଇନଥିବା ଜଣାପଡ଼ିଛି । ୭୦ ସିସି କ୍ଷମତା କିମ୍ବା ତା ଠାରୁ ଉଦ୍ଧ୍ୱର୍ ସିସି କ୍ଷମତା ବିଶିଷ୍ଟ ମୋଟର ସାଇକେଲ ଗୁଡ଼ିକର ଉଭୟ ଆଗ ଓ ପଛ ନମ୍ବର ପ୍ଲେଟରେ ଳେଖାଯାଇଥିବା ନମ୍ବବରର ଅକ୍ଷରରେ ଉଚ୍ଚତା ୩୦ ମିଲିଲିଟର ଓ ମୋଟେଇ ୫ ମିଲିଲିଟର ରହିବ । ଆଗ ନମ୍ବର ପ୍ଳେଟରେ ଗୋଟିଏ ଧାଡ଼ିରେ ସ୍ପଷ୍ଟ ଭାବେ ଲେଖା ରଖିବାକୁ ନିୟମ ଥିବାବେଳେ ପଛ ପ୍ଳେଟରେ ୨ ଧାଡ଼ିରେ ନମ୍ବର ଲେଖାହେବ । ତାହା ପୁଣି ଏମିତି ଭାବେ ଲେଖାଯିବ ଯେମିତି ପ୍ରଥମ ଧାଡ଼ିରେ କେବଳ ରାଜ୍ୟ ଓ ଜିଲ୍ଲାର କୋଡ଼୍ ରହିବ ଅର୍ଥାତ ଉଦାହରଣ ସ୍ୱରୂପ = ଗାଡ଼ି ନମ୍ବର ଓଡ଼ି ୦୭ଏବି ୩୯୫୭ ହୋଇଥିଲେ , ପଛ ନମ୍ବର ପ୍ଳେଟରେ ପ୍ରତମ ଧାଡ଼ିରେ ଓଡ଼ି ୦୭ ଲେଖାହେବ ଏବଂ ୨ୟ ଧାଡ଼ିରେ ଏବି ୩୯୫୭ ଲେଖାହେବ । ପୁଣିନମ୍ବର ପ୍ଳେଟର ଲମ୍ବ ୨୦୦ ମିଲିମିଟର ହୋଇଥିବା ବେଳେ ଚଉଡ଼ା ୧୦୦ ମିଲିମିଟର ରହିବ । ଏହାର ବ୍ୟତିକ୍ରମ ହେଲେ ସେଂଟ୍ରାଲ ମୋଟର ଭେଇକାଲ ରୁଲସ୍୧୯୮୯ର ଧାରା ୫୦ ଓ ୫୧ର ଉଲଙ୍ଘନ ହେବ । ପୁଣି ମୋଟର ଭେଇକାଲ ଆକ୍ଟ ୧୯୮୮ର ସେସ୍କନ୍ ୩୯ ରେଜିଷ୍ଟେସନ ଅଫ୍ ମୋଟର ଭେଇକାଲର ଧାରା ୧୯୨ ଅନୁଯାୟୀ ଦଣ୍ଡ ବିଧାନ ରହିଛି । ଏଭଳି ବିକୃତ ଭାବେ ନମ୍ବର ଲେଖିଲେ କିମ୍ବା ଆଦୈ ନମ୍ବର ଲେଖିନଥିଲେ ମଧ୍ୟ ଦଣ୍ଡ ବିଧାନ କରାଯିବ । ଏହି ଦଣ୍ଡ ପ୍ରଥମ ଥର ପାଇଁ ୫ ହଜାର ଟଙ୍କା ଓ ୨ୟ ଥର ପାଇଁ ୧୦ ହଜାର ଟଙ୍କା ରହିଛି । ତେବେ ଓଡ଼ିଶା ମୋଟରଯାନ ଆଇନ ଅନୁଯାୟୀ ଉକ୍ତ ଦଣ୍ଡକୁ ଟ୍ରାଫିକ୍ ଇନିସପେକ୍ଟର କିମ୍ବା ତଦୁର୍ଦ୍ଧ ପାହ୍ୟାର ଅଫିସର ଚାହିଁଲେ ଦଣ୍ଡ ରାଶିକୁ ୫୦% ପର୍ଯ୍ୟନ୍ତ କୋହଳ କରିପାରିବେ । ସ୍ଥାନୀୟ ସହରରେ ଘୁରି ବୁଲୁଥିବା ବହୁ ସଂଖ୍ୟକ ମୋଟର ସାଇକେଲ ଗୁଡ଼ିକରେ ରେଡ଼ିୟମ୍ ଷ୍ଟିକରିଂ କିମ୍ବା ରିଫ୍ଲେକ୍ଟ କରୁଥିବା ନମ୍ବର ପ୍ଳେଟ ବ୍ୟବହାର କରାଯାଉଛି, ଯାହାକି ସମ୍ପୂର୍ଣ୍ଣ ଅନୁମୋଦିତ ନୁହେଁ । ଏ ଦିଗରେ ବିଭାଗୀୟ କର୍ତୁପକ୍ଷ ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ଦାବୀ କରିଛନ୍ତି ।

ADVERTISEMENT