ଗଜପତି ଜିଲ୍ଲାରେ ଡେଙ୍ଗୁ ଆତଙ୍କ : ରୋଗୀ ଚିହ୍ନଟ

19

ପାରଳାଖେମୁଣ୍ଡି,୧୪/o୯(ପ୍ରଭାତ କୁମାର ପାତ୍ର ) : ଗଜପତି ଜିଲ୍ଲାରେ ଡେଙ୍ଗୁ ଆତଙ୍କ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୬ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆହୁରି ଶତାଧିକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଗଜପତି ଜିଲ୍ଲାରେ ପୁଣି ଫେରିଛି ଡେଙ୍ଗୁ ଆତଙ୍କ । ଅଧିକାଂଶ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଜିଲ୍ଲାରେ ୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଜ୍ଵରରେ ପୀଡିତ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଏହାସହ ଗାଁରେ ମେଡିକାଲ ଟିମ୍ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି। ତେବେ ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଥିବାବେଳେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛନ୍ତି। ଜିଲ୍ଲାରେ ଯେଉଁ ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଲୋକଙ୍କୁ ଡେଙ୍ଗୁ ସଚେତନତା କରୁଥିବା ବାଘଶଳା ଅଞ୍ଚଳର ଜଣେ ଆଶା କର୍ମୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଗାଁରେ ଆହୁରି ଅନେକ ଲୋକ ଜ୍ୱରରେ ପିଡୀତ ଅଛନ୍ତି । ଏହି ଖବର ପାଇବା ପରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ ବାଘଶଳାରେ ପହଞ୍ଚି ଡ଼ ସ୍ୱାମୀ ପରୀକ୍ଷା କରିବା ସହ ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ବାଘଶଳା ଅଞ୍ଚଳରେ ୨୨ ଜଣଙ୍କ ଦେହରେ ଡେଙ୍ଗୁ ଭୁତାଣୁ ଥିବା ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ସେଥିମଧ୍ୟରୁ ୬ ଜଣଙ୍କ ଡେଙ୍ଗୁ ଥିବା ସ୍ବଷ୍ଟ ହୋଇଛି। ଗତ ୧ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ବାଘଶଳା ଅଞ୍ଚଳରେ ଏହା ଦେଖାଦେଇଛି। ଏହି ଅଞ୍ଚଳରେ ଜଣଙ୍କ ଦେହରେ ଡେଙ୍ଗୁ ଭୁତାଣୁ ଚିହ୍ନଟ ହୋଇଥିବା ବେଳେ ଗାଁରେ ଶତାଧିକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ଏ ସମ୍ପର୍କରେ ଖବର ପାଇବା ପରେ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍ ବାଘଶଳା ଗାଁରେ ପହଞ୍ଚି ଗ୍ରାମର ଅଙ୍ଗନାବାଡି କେନ୍ଦ୍ରରେ ଅସ୍ଥାୟୀ ଚିକିତ୍ସା ଶିବିର ଖୋଲାଯାଇ ଆକ୍ରାନ୍ତ ରୋଗୀଙ୍କ ରକ୍ତ ପରୀକ୍ଷା କରି ଓଷଧ ଦିଆଯାଉଛି । ତେଣୁ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ହେଲେ ଏହା ଥମିବାର ନାଁ ଧରୁନୀ ଯାହାକି ବର୍ତ୍ତମାନ ଚିନ୍ତାର କାରଣ ହୋଇଛି।

ADVERTISEMENT