ଗଞ୍ଜାମ ପୋଲିସର ପୁଣି ଏଜ ଏନକାଉଣ୍ଟର : ଅପରାଧୀ ସୁଶାନ୍ତ ବେହେରା ଓରଫ କୋକୋ ଆହତ

14

ବ୍ରହ୍ମପୁର,୧୪/o୯(ସାହେବ ନାୟକ) : ଗଞ୍ଜାମ ପୋଲିସର ପୁଣି ଏଜ ଏନକାଉଣ୍ଟର, ପୋଲିସ ଗୁଳିରେ ଜଖମ ହେଲା ହାର୍ଡକୋର ଅପରାଧି ବ୍ରହ୍ମପୁର ଗୋଷାଣିନୂଆଗାଁର ସୁଶାନ୍ତ ବେହେରା ଓରଫ କୋକୋ(୨୫)।ଗଂଜାମ ଅଞ୍ଚଳର ବିଜେଡି ନେତାଙ୍କ କାର ଉପରକୁ ରାତ୍ର ସମୟରେ ବୋମାମାଡ କରିଫେରାର ଥିଲା । ଏବେ ପୁଲିସ ହାବୁଡରେ ପଡିଗଲା। ଶନିବାର ପାହାନ୍ତିଆ ସମୟରେ ଦୁଦ୍ଧାନ୍ତ ଅପରାଧି ସୁଶାନ୍ତ ଛତ୍ରପୁର- ଗଂଜାମ ରୋଡ ଦେଇ ଯାଉଥିବା ଖବର ଗଂଜାମ ପୋଲିସ ପାଖରେ ପହଞ୍ଚି ଥିଲା। ଏକ ପୋଲିସ ଟିମ ଛତ୍ରପୁର -ଗଂଜାମ ରୋଡ ନିକଟସ୍ଥ ଜୟସ୍ରିକେମିକାଲ ନିକଟରେ ସୁଶାନ୍ତକୁ କାବୁ କରିବାକୁ ଯୋଜନା କରିବା ସମୟରେ ପୋଲିସ ସେ ଉପରକୁ ଗୁଳି ଚଳାଇଥିଲା। ପୋଲିସର ପାଲଟା ଗୁଳି ସୁଶାନ୍ତର ବାମ ଆଣ୍ଠୁରେ ବାଜିବାରୁ ସିଏ ଆହାତ ହୋଇଯାଇଥିଲା। ସୁଶାନ୍ତର ଆକ୍ରମଣରେ ୨ ପୋଲିସ କନେଷ୍ଟବଳ ଆହାତ ହୋଇଛନ୍ତି। ଆହାତ ସୁଶାନ୍ତକୁ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସୁଶାନ୍ତ ନିକଟରୁ ପୋଲିସ ରେଡକଲର ୟାମାହା ବାଇକ, ଗୋଟେ ମାଉଜର, ଦୁଇଟି ଗୁଳି, ଦୁଇଟି ମୋବାଇଲ ଫୋନ ଜବତ କରିଛି। ଗଂଜାମ ଜିଲ୍ଲାରେ ପୋଲିସର ଏହା ହେବ ୭୦ ନଂ ଏନକାଉଣ୍ଟର। ସୁଶାନ୍ତ ନାରେ ବ୍ରହ୍ମପୁର,ଗଂଜାମ,ଖଲିକୋଟ,ଆସିକା ଥାନା ଅଞ୍ଚଳରେ ୭ଟି ଡକାୟତ ଓ ହତ୍ୟାଭଳି ସଂଗିନ ମାମଲା ରହିଥିବା ବେଳେ ସେ ବହୁଦିନଧରି ଫେରାର ଥିଲା। ସୁଶାନ୍ତର ଅପରାଧ ଡାଏରୀ ବିଷୟରେ ଅଧିକ ଖୋଳତାଡ କରାଯିବ ବୋଲି ଛତ୍ରପୁର ଏସଡିପିଓ ଉକ୍ତଳକେଶରୀ ଦାସ ସୂଚନା ଦେଇଛନ୍ତି । ବାରମ୍ବାର ଏନକାଉଣ୍ଟର ପରେ ଅପରାଧ କମିଥିବା ବେଳେ ପୁଣି ଅପରାଧି ମାନେ ପୋଲିସକୁ ଖାତିର ନକରି ନିଜ ଅପରାଧ ସାମ୍ରାଜ୍ୟ ଚଳାଉଛନ୍ତି ।

ADVERTISEMENT