ଅର୍ଥମନ୍ତ୍ରୀ : ସୁଧୁରୁଛି ଦେଶର ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୧୪/o୯(ରବି ଦାସ ) : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଶନିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀ ଜରିଆରେ ଦେଶର ଅର୍ଥ ବ୍ୟବସ୍ଥା ସୁଧୁରୁଥିବା କହିଛନ୍ତି। ସେ ରିଅଲ୍‌ ଇଷ୍ଟେଟକୁ ଆଶ୍ୱସ୍ତି ଦେଇଛନ୍ତି। ତେବେ ମୁଦ୍ରାସ୍ଫିତି ନିୟନ୍ତ୍ରଣରେ ରହିଥିବା ଓ ଔଦ୍ୟୋଗିକ କ୍ଷେତ୍ରରେ ସୁଧାର ଆସୁଥିବା ସଙ୍କେତ ଦେଖିବାକୁ ମିଳୁଛି ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ କିଛିମାସ ହେବ ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଥିବା ଆଲୋଚନା ହେଉଥିବା ବେଳେ ବେରୋଜଗାରୀ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଏମିତିକି ଅଟୋମୋବାଇଲ ଶିଳ୍ପରେ ଅଧିକ ପରିମାଣରେ ଛଟେଇ ହେଉଥିବାରୁ ବେରୋଜଗାରୀ ସମସ୍ୟା ଧୀରେଧୀରେ ବୃଦ୍ଧି ପାଉଥିବା ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି।

ADVERTISEMENT