କୋଟଗଡ଼ ବ୍ଲକ ତରଫରୁ ସ୍ୱଚ୍ଛତା ଅଭିଯାନ

21

କନ୍ଧମାଳ,୧୪/o୯(ସୁରେଶ କୁମାର ପଣ୍ଡା ) : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ତରଫରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜନ କରାଯାଇଥିଲା ଏହି ସେବା ଅଭିଯାନ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠା ବାଡ଼ି ବାଲିଗୁଡା ଡିଭିଜନ ତରଫରୁ କରାଯାଇଥିଲା । ଏହାର ମୂଳ ଲକ୍ଷ୍ୟ ହେଲା ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ ଓ ଏହାର ପୁନଃ ବିନିଯୋଗ ଏନେଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମର ଲୋକଙ୍କୁ ବୁଝେଇବା ସହ ଅଭିଯାନ ସାମିଲ ହୋଇ ପ୍ରତି ଗାଁ ଓ ସାହିରେ ବୁଝେଇବା ଏନେଇ ଆଲୋଚନା ହୋଇଥିଲା । ଉକ୍ତ ଅଭିଯାନରେ କୋଟଗଡ ସରପଞ୍ଚ ବରିଷ୍ଠ ସମାଜସେବୀ ଶଙ୍କର ମହାପାତ୍ର, ଟୁଟୁ ମହାପାତ୍ରଙ୍କ ସମେତ ବହୁ ଗ୍ରାମବାସୀ ବୃନ୍ଦ ଯୋଗଦେଇଥିଲେ ।

ADVERTISEMENT