କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ ତରଫରୁ ସ୍ୱଚ୍ଛତା ଅଭିଯାନ

12

କନ୍ଧମାଳ,୧୪/o୯(ସୁରେଶ କୁମାର ପଣ୍ଡା ) : କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ ତରଫରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜନ କରାଯାଇଥିଲା । ଏହି ସେବା ଅଭିଯାନ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠା ବାଡ଼ି ବାଲିଗୁଡା ଡିଭିଜନ ତରଫରୁ କରାଯାଇଥିଲା । ଏହାର ମୂଳ ଲକ୍ଷ୍ୟ ହେଲା ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ ଓ ଏହାର ପୁନଃ ବିନିଯୋଗ ଏନେଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମର ଲୋକଙ୍କୁ ବୁଝେଇବା ସହ ଅଭିଯାନ ସାମିଲ ହେଇ ପ୍ରତି ଗାଁ ଓ ସାହିରେ ବୁଝେଇବା ଏନେଇ ଆଲୋଚନା ହୋଇଥିଲା । ଉକ୍ତ ଅଭିଯାନରେ ରାସ୍ତା କୋଠାବାଡି ଡିଭିଜନର କନିଷ୍ଠ ଯନ୍ତ୍ରୀ ଫକୀର ଚରଣ ବେହେରା, ସମାଜସେବୀ, ନିରାକାର ବିଶୋଇ, ସମେତ ବହୁ ଗ୍ରାମବାସୀ ବୃନ୍ଦ ଯୋଗଦେଇଥିଲେ ।

ADVERTISEMENT