ଚଳିତବର୍ଷ ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ୯୯.୨୩ ଶତାଂଶ ଉତ୍ତୀର୍ଣ୍ଣ ହାର ହାସଲ କରି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସର୍ବାଗ୍ରେ

28
Image:DH

ନୂଆଦିଲ୍ଲୀ,୧୬-୦୭-୨୦୨୦: ଚଳିତବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍‌)ର ସଫଳତା ହାର ୯୯.୨୩ ଶତାଂଶ ରହିଛି । ସିବିଏସ୍‌ଇର ମୋଟ ଉତ୍ତୀର୍ଣ୍ଣ ହାର ଚଳିତବର୍ଷ ୯୧.୪୬ ଶତାଂଶ ରହିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକ ଏହି କ୍ଷେତ୍ରରେ ଶ୍ରେଷ୍ଠ ଫଳାଫଳ ହାସଲ କରିଛନ୍ତି । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କେଭିଏସ୍‌କୁ ଏହି ସଫଳତା ମିଳିଛି ।

କେଭିଏସ୍‌ ପରୀକ୍ଷା ଫଳର ମୁଖ୍ୟାଂଶ

ପରୀକ୍ଷା ଦେଇଥିବା କେଭିଏସ୍‌ର ମୋଟ ଛାତ୍ରଛାତ୍ରୀ- ୯୪୪୯୮
ମୋଟ ଉତ୍ତୀର୍ଣ୍ଣଙ୍କ ସଂଖ୍ୟା- ୯୩୭୭୪
କୃତକାର୍ୟ୍ୟ ହାର- ୯୯.୨୩ ଶତାଂଶ
କୃତକାର୍ୟ୍ୟ ଛାତ୍ର- ୫୦୫୯୧
କୃତକାର୍ୟ୍ୟ ଛାତ୍ରୀ- ୪୩୧୮୩
ମୋଟ କେଭି ସଂଖ୍ୟା- ୧୧୬୮
ଶତପ୍ରତିଶତ କୃତକାର୍ୟ୍ୟ ହୋଇଥିବା କେଭି ସଂଖ୍ୟା- ୮୪୬
ନବେ ଶତାଂଶରୁ ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀ- ୯୧୦୪
ପଞ୍ଚାନବେ ଶତାଂଶରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ- ୧୭୧୭
ଅନୁଷ୍ଠାନ ୱାରୀ ପ୍ରଦର୍ଶନ

୧. କେଭିଏସ୍‌- ୯୯.୨୩%

୨. ଜେଏନ୍‌ଭି- ୯୮.୬୬%

୩. ସିଟିଏସ୍‌ଏ- ୯୩.୬୭%

୪. ସ୍ୱାଧୀନ- ୯୨.୮୧%

୫. ସରକାରୀ- ୮୦.୯୧%

୬. ସରକାରୀ ଅନୁଦାନପ୍ରାପ୍ତ- ୭୭.୮୨ ଶତାଂଶ

କେନ୍ଦ୍ରୀୟ ବିଦ୍ୟାଳୟର ସର୍ବଭାରତୀୟ ଟପ୍ପର

ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଅଭୟ ନାୟକ ମୋଟ ୫୦୦ ନମ୍ବରରୁ ୪୯୭ (୯୯.୪%) ନମ୍ବର ରଖି କେଭିର କେନ୍ଦ୍ରୀୟ ସ୍ତରରେ ଟପ୍ପର ହୋଇଛନ୍ତି ।

ADVERTISEMENT