ସାଉଦି ଆରବର ୨ଟି ତୈଳ ବିଶୋଧନାଗାର ଉପରେ ଡ୍ରୋନ ଆକ୍ରମଣ

9

ସାଉଦି ଆରବ,୧୪/o୯(ଏଜେନସି ) : ସାଉଦି ଆରବର ୨ଟି ବୃହତ ତୈଳ ବିଶୋଧନାଗାର ଉପରେ ଆଜି ହୁତି ବିଦ୍ରୋହୀମାନେ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଛନ୍ତି । ଏହା ଫଳରେ ଉକ୍ତ ବିଶୋଧନାଗାର ଗୁଡ଼ିକରେ ନିଆଁ ଲାଗିଯାଇଛି । ସାଉଦି ଆରବର ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ ଶନିବାର ସକାଳ ୪ଟା ( ଭାରତୀୟ ସମୟ ସକାଳ ୬ଟା ୩୦) ରେ ସାଉଦି ଆରାମକୋ ତୈଳକମ୍ପାନିର ଦୁଇଟି ବିଶୋଧନାଗାର ଆବକାକ୍‌ ଓ ଖୁରାଇସ ଉପରେ ଡ୍ରୋନ ସାହାଯ୍ୟରେ ଆକ୍ରମଣ ହୋଇଥିଲା । ଏହା ଫଳରେ ଏହି ଦୁଇଟି ବିଶୋଧନାଗାରରେ ନିଆଁ ଲାଗିଯାଇଥିଲା । କିନ୍ତୁ ଏହି ଘଟଣାରେ କେତେ ଲୋକ ମୃତାହତ ହୋଇଛନ୍ତି ସେ ସଂପର୍କରେ ସାଉଦି ଆରବ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ADVERTISEMENT