ଲାଲଜୀ ଟଣ୍ଡନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

29

ନୂଆଦିଲ୍ଲୀ,୨୧-୦୭(ଡିଏଚ) : ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ଲାଲଜୀ ଟଣ୍ଡନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ୱିଟରେ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଟଣ୍ଡନଙ୍କୁ ସାମ୍ବିଧାନିକ ପ୍ରସଙ୍ଗରେ ଜଣେ ପାରଙ୍ଗମ ବ୍ୟକ୍ତି ବୋଲି ବର୍ଣ୍ଣନା କରିଛନ୍ତି ।

ସେ କହିଛନ୍ତି, “ସମାଜ ସେବା ଦିଗରେ ତାଙ୍କର ଅକ୍ଲାନ୍ତ ଉଦ୍ୟମ ପାଇଁ ଶ୍ରୀ ଲାଲଜୀ ଟଣ୍ଡନ ସ୍ମରଣୀୟ ହୋଇ ରହିବେ । ଜଣେ ପ୍ରଭାବଶାଳୀ ପ୍ରଶାସକ ଭାବେ ଜନ କଲ୍ୟାଣକୁ ସେ ସର୍ବଦା ଗୁରୁତ୍ୱ ଦେଉଥିଲେ, ଯାହାଦ୍ଵାରା ସେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ବିୟୋଗରେ ଦୁଃଖିତ” । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ଶ୍ରୀ ଟଣ୍ଡନଙ୍କ ଦୀର୍ଘ ଦିନର ସମ୍ପର୍କକୁ ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ।

ADVERTISEMENT