ଜୁଲାଇ ୨୨ରେ ଇଣ୍ଡିଆ ଆଇଡିଆଜ ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

23
The Prime Minister, Shri Narendra Modi

ନୂଆଦିଲ୍ଲୀ,୨୧-୦୭(ଡିଏଚ) : ଜୁଲାଇ ୨୨ରେ ହେବାକୁ ଥିବା ‘ଇଣ୍ଡିଆ ଆଇଡିଆଜ ସମ୍ମିଳନୀ’ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେବେ ।

ଏହି ସମ୍ମିଳନୀ ଆମେରିକା-ଭାରତ ବାଣିଜ୍ୟ ପରିଷଦ ଦ୍ୱାରା ଆୟୋଜିତ ହେଉଛି । ଚଳିତ ବର୍ଷ ପରିଷଦ ଗଠନର ୪୫ତମ ବାର୍ଷିକୀ ପାଳିତ ହେଉଛି । ଚଳିତ ବର୍ଷର ଇଣ୍ଡିଆ ଆଇଡିଆଜ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଉନ୍ନତ ଭବିଷ୍ୟତ ନିର୍ମାଣ’ ।

ଏହି ଭର୍ଚୁଆଲ ସମ୍ମିଳନୀରେ ଭାରତ ଓ ଆମେରିକା ସରକାରଙ୍କ ନୀତିନିର୍ମାତା, ବରିଷ୍ଠ ଅଧିକାରୀ, ବିଶିଷ୍ଟ ଉଦ୍ୟୋଗପତି ଓ ସମାଜର ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଭାଗ ନେବେ । ଅନ୍ୟ ପ୍ରମୁଖ ବକ୍ତାଙ୍କ ମଧ୍ୟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର, ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ, ଭର୍ଜିନିଆ ସିନେଟର ତଥା ସିନେଟ ଇଣ୍ଡିଆ କକସର ସହ-ଅଧ୍ୟକ୍ଷ ମାର୍କ ୱାର୍ଣ୍ଣର, ଜାତିସଂଘରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ନିକ୍କି ହାଲେ ପ୍ରମୁଖ ଭାଗ ନେବେ । ସମ୍ମିଳନୀରେ ମହାମାରୀ ପରବର୍ତ୍ତୀ ବିଶ୍ୱରେ ଭାରତ ଓ ଆମେରିକା ସହଯୋଗ ଓ ଭବିଷ୍ୟତ ସମ୍ପର୍କ ଆଦି ବିଭିନ୍ନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।

ADVERTISEMENT