‘ପିଓକେ’ରେ ସ୍ଥିତି ଅତି ଖରାପ ବୋଲି କହିଲେ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ

9

ଶ୍ରୀନଗର,୧୫/o୯(ଏଜେନସି ) : ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଜନଜୀବନ ପୁଣି ଥରେ ସ୍ୱାଭାବିକ ହେଉଥିବା ବେଳେ ‘ପିଓକେ’ରେ ସ୍ଥିତି ଖରାପ ଅଛି ବୋଲି ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି । ସେ ଗତକାଲି ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସତ୍ୟପାଲ ମଲିକ କହିଛନ୍ତି ଯେ ‘ପିଓକେ’ରେ ସ୍ଥିତି ଖରାପ ଅଛି । ଇମ୍ରାନ ଖାନଙ୍କ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଲୋକ ବସବାସ କରିବାକୁ ଚାହୁଁ ନାହାନ୍ତି । ସତ୍ୟପାଳ ମଲିକ ଜମ୍ମୁ କଶ୍ମୀରରବିକାଶମୂଳକ କାମଗୁଡ଼ିକ ସଂପର୍କରେ ବି କହିଛନ୍ତି । ସେ କହିଛନ୍ତି ଯେ, କଶ୍ମୀରର ବିକାଶ ଜରୁରୀ । ସତ୍ୟପାଳ ମଲିକ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ରାଜ୍ୟର ଦାୟିତ୍ୱ ନେଇଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, କଶ୍ମୀରକୁ ଏମିତି ଗଢ଼ାଯାଉ, ଯେମିତି ପାକିସ୍ତାନ ଅଧିକୃତ କଶ୍ମୀରରେ ବସବାସ କରୁଥିବା ଲୋକ ଏଠାକୁ ଆସିବାକୁ ଚାହିଁବେ । କୁହନ୍ତୁ ଯେ, ଏହା ଆମର କଶ୍ମୀର । ଏଣୁ ପ୍ରଧାମନ୍ତ୍ରୀ କଶ୍ମୀରର ଦ୍ରୁତ ବିକାଶ ଚାହଁନ୍ତି ବୋଲି ସେ କହିଛନ୍ତି।

ADVERTISEMENT