ସାପ କାମୁଡ଼ାରେ ବୃଦ୍ଧା ମୃତ

16

ହିଂଜିଳିକାଟୁ,୧୫/o୯(ଶେଷଦେବ ସାହୁ) : ଶେରଗଡ଼ ଥାନା ଡେ଼ଙ୍ଗାପଦର ଗ୍ରାମରେ ଶନିାର ସନ୍ଧ୍ୟରେ ବୋଡ଼ା ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସଂପୃକ୍ତ ଗ୍ରାମ ମହାଦେବ ମନ୍ଦିର ସାହି ବାସିନ୍ଦା ସଜନି ପ୍ରଧାନ (୬୫) । ବୃଦ୍ଧା ଜଣକ ସନ୍ଧ୍ୟ ସମୟରେ ଘର ବାରଣ୍ଡାରେ ବସିଥିବା ବେଳେ ଏକ ବୋଡ଼ା ସାପ ଆସି ବୃଦ୍ଧାଙ୍କ ଡ଼ାହାଣ ଗୋଡ଼କୁ କାମୁଡ଼ି ଦେଇଥିଲା । ବୃଦ୍ଧାଙ୍କ ଚିକ୍ରାର ଶୁଣି ପରିବାର ସଦସ୍ୟ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ସକାଶେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡ଼ାକ୍ତର, ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ମେଡ଼ିକାଲ ଫାଣ୍ଡିରେ ଏକ ଅପମୃତ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରିଛି । ରବିବାର ଶବ ବ୍ୟବଛେଦ କରାଯିବ ।

ADVERTISEMENT