ଶରଦ ପାଓ୍ବାରଙ୍କ ପାକିସ୍ତାନ ପ୍ରେମ: କହିଲେ ପାକ୍‌କୁ ନେଇ ମୋଦି ସରକାର ମିଛ କହୁଛନ୍ତି

13

ନୂଆଦିଲ୍ଲୀ,୧୫/o୯(ଏଜେନସି ) : ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ପାକିସ୍ତାନ ପ୍ରେମ ଦେଖିବାକୁ ମିଳିଛି । ଶନିବାର ପାଓ୍ବାର କହିଛନ୍ତି ଶାସକ ଭାଜପା ବା ମୋଦି ସରକାର ରାଜନୈତିକ ଲାଭ ପାଇଁ ପାକିସ୍ତାନକୁ ନେଇ ମିଛ କହୁଛନ୍ତି। କାରଣ ଘଟଣା ପୁରା ଓଲଟା। ପାକିସ୍ତାନ କେବେ ବି ଭାରତକୁ ଶତ୍ରୁ ନଜରରେ ଦେଖୁନାହିଁ ବରଂ ସେ ଭାରତକୁ ବନ୍ଧୁ ଦୃଷ୍ଟିରେ ଦେଖୁଛି। ପାକିସ୍ତାନ ଗସ୍ତର ଅଭିଜ୍ଞତାରୁ ସେ ଏହା କହୁଛନ୍ତି ବୋଲି ଯୁକ୍ତି ରଖିଛନ୍ତି। କାରଣ ସେ ଯେେତେବେଳେ ପାକିସ୍ତାନ ଗସ୍ତ କରିଥିଲେ ସେତେବେଳେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେମାନେ କେବେ ବି ଭାରତ ବିରୋଧରେ କିଛି ବି ଆଲୋଚନା କରୁ ନାହାଁନ୍ତି। ବରଂ ଯେଉଁ ଭାରତୀୟମାନେ ସେମାନଙ୍କ ସମ୍ପର୍କୀୟଙ୍କ ନିକଟକୁ ପାକିସ୍ତାନ ଯାଉଛନ୍ତି ସେଠାରେ ସେମାନଙ୍କୁ ଉଚିତ୍‌ ସମ୍ମାନ ଦିଆଯାଉଛି। ଯଦିଓ ପାକିସ୍ତାନୀମାନେ ଭାରତ ଆସିପାରୁ ନାହାଁନ୍ତି ତାହା କେବଳ ଭୁଲ୍‌ ବୁଝାମଣା ବୋଲି ଶରଦ କହିଛନ୍ତି। ଅନ୍ୟପଟେ ପାକିସ୍ତାନୀଙ୍କ ପ୍ରତି ଅମାନବୀୟ ବ୍ୟବହାର ଓ ଅନ୍ୟାୟ ହେଉଥିବା ସେ ପ୍ରକାଶ କରିଛନ୍ତି।

ADVERTISEMENT