ଯବାନ ବଞ୍ଚାଇଲେ ସ୍କୁଲ ପିଲାଙ୍କ ଜୀବନ : ହାତରେ ବନ୍ଧୁକ, କାନ୍ଧରେ ସ୍କୁଲ ପିଲା

19

ଶ୍ରୀନଗର,୧୫/o୯(ଏଜେନସି ) : ଗୁଳି ବର୍ଷଣରେ ଥରୁଥିଲା ଅଞ୍ଚଳ, କିନ୍ତୁ ସ୍କୁଲ ଭିତରେ ରହିଯାଇଥିଲେ ହିଂସାକୁ ବୁଝୁନଥିବା ଛୋଟ ଛୋଟ ପିଲା । ଏଭଳି ସ୍ଥିତିରେ କାଳେ ପାକିସ୍ତାନର ଗୁଳିରେ ସ୍କୁଲ ପିଲାଙ୍କର କ୍ଷତି ପହଞ୍ଚିବ ଆଶଙ୍କା କରି ନିଜ ଜୀବନକୁ ବାଜି ଲଗାଇ କୁନି କୁନି ସ୍କୁଲ୍ ପିଲାଙ୍କ ଜୀବନ ବଂଚାଇଲେ ଯବାନ । ଶନିବାର ପାକିସ୍ତାନୀ ଯବାନ ନିୟନ୍ତ୍ରଣ ରେଖାର ଆରପଟେ ଭାରତୀୟ ସୀମା ଆଡକୁ ଅଚାନକ ଫାୟାରିଙ୍ଗ୍ କରିବା ଆରମ୍ଭ କରି ଦେଇଥିଲେ । ତେବେ କିଛି ସ୍କୁଲ୍ ପିଲା ଘରକୁ ଫେରୁଥିବା ସମୟରେ ଫାୟାରିଙ୍ଗ୍ ରେଞ୍ଜ ଭିତରେ ଚାଲିଆସିଥିଲେ । ରାସ୍ତାରେ ଫସିଥିବା ଏହି ସ୍କୁଲ୍ ପିଲାଙ୍କୁ ଭାରତୀୟ ସେନାର ଯବାନମାନେ ନିଜକୁ ଜୀବନକୁ ବାଜି ଲଗାଇ ବଂଚାଇଥିଲେ । ସେନାର ଯବାନମାନେ ବାଲାକୋଟ୍ ସ୍ଥିତ ସରକାରୀ ସ୍କୁଲର ପିଲାମାନଙ୍କୁ ବଂଚାଇ ତାଙ୍କୁ ଆର୍ମି ଗାଡିରେ ଫାୟାରିଙ୍ଗ୍ ରେଞ୍ଜ ଠାରୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ । ସେନା ଯବାନ ୨ ଟି ସ୍କୁଲର ପିଲାମାନଙ୍କୁ ବଂଚାଇ ଗାଡିରେ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ ।

ADVERTISEMENT