ପତି ପତ୍ନୀଙ୍କ କଳହ ପରେ ପତ୍ନୀଙ୍କ ଆତ୍ମହତ୍ୟା

3

କୋଦଳା,୨୦/୮( ଡ଼ି.ଏଚ ): ଗୁରୁବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବେଗୁନିଆପଡା ସ୍ଥିତ ଜଗତି ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ପତି ପତ୍ନୀ ଙ୍କ କଳହ ରୁ ପତ୍ନୀ ଙ୍କ ମ୍ରୂତ୍ଯୂ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡ଼ା ଜଗତି ସାହିର ଲମ୍ବୋଦର ପାଣିଗ୍ରାହୀ ଓ ପତ୍ନୀ ସୁନିତା ପାଣିଗ୍ରାହୀଙ୍କ ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ଝଗଡା ହେବା ପରେ ସୁନିତା ନିଜ ଘର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ l ଖବର ପାଇ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛନ୍ତି l ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି l ଆତ୍ମହତ୍ୟାର କାରଣ ଅଶ୍ୱଷ୍ଟ ରହିଛି ।

ADVERTISEMENT