ବିଜେପି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

3

ବ୍ରହ୍ମପୁର,୨୪/୮,(ଡ଼ି.ଏଚ) :ପୁରୁଷୋତ୍ତମପୁର ବ୍ଲକ ସମାଗ୍ରାମରେ ବିଜେପି ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ଅରୁଣ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ ମହତ୍ତ୍ୱ ଉଦ୍ଧେଶ୍ୟ ଓ ପରିବେଶ ସୁରକ୍ଷା ଦିଗରେ ଆଲୋକ ପାତ କରିଥିଲେ ।ସମା ଗ୍ରାମବାସୀ ଓ ଗାୟତ୍ରୀ ପରିବାର ର ସଦସ୍ୟ, ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ପ୍ରମୁଖ ଙ୍କ ସହଯୋଗ ରେ ଗାୟତ୍ରୀ ପୀଠ, ଶିବମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁବାଷ ପ୍ରଧାନ, ସ୍ବପ୍ନାକୁମାରୀ ପ୍ରଧାନ, ରିନା ବାରିକ,ଗଦା ଧର ପ୍ରଧାନ, ପ୍ରଦୀପ ମହାନ୍ତି,ମାନସ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ।

ADVERTISEMENT