୪ ବାଇକ ଲୂଟେରା ସମେତ ପାଞ୍ଚ କୋର୍ଟ ଚାଲାଣ:୨ବାଇକ ଜବତ

2

କୁକୁଡାଖଣ୍ଡି,୨୪/୮,(ଡ଼ି.ଏଚ ) :ବୋମାମାଡ ଘଟଣାର ଛାନଭିନ ବେଳେ ସଦର ଥାନା ପୋଲିସ ଏକ ବାଇକ ଲୂଟେରା ଗ୍ୟାଙ୍ଗକୁ ଠାବ କରିଛି । ୪ଜଣ ଚୋର ଓ ଜଣେ ଚୋରି ବାଇକ କିଣିଥିବା ଅଭିଯୋଗରେ ୫ଜଣଙ୍କୁ ଗିରଫ କରାଯାଇଛି ବୋଲି ସଦର ଥାନାଧିକାରୀ ସନ୍ତୋସିନୀ ଓରାମ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ହେଲେ ଭାବିନିପୁର ଗ୍ରାମର ପି.କାଳିଆ ପାତ୍ର(୨୨), ଗୋଲା ରଘୁନାଥପୁର ର ଏଲ.ଶିବା ପାତ୍ର(୨୨) ,ଭାବିନିପୁର ର ଲିପୁନ ଦାସ(୧୯) ,ଦିପୁ ଦାସ(୨୦) ଓ ଚୋରୀ ଗାଡି କିଣିଥିବା ମସିଆଖାଲି ର ନୀଳ ଦାସ(୨୫)। ମାମଲା ନମ୍ବର ୨୧୮/୨୦ ଅନୁସାରେ ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ କହିଛି । କାଳିଆ ଓ ଶିବା ବିଭିନ୍ନ ସ୍ଥାନରୁ ଗାଡି ଚୋରି କରି ବିକ୍ରି କରିବା ପାଇଁ ଲିପୁନ ଓ ଦିପୁ କୁ ଦେଉଥିଲେ ବୋଲି ପୋଲିସ ଜେରା ବେଳେ ଜାଣିବାକୁ ପାଇଛି । ଘଟଣାରୁ ପ୍ରକାଶ ଗତ କିଛିଦିନ ତଳେ ବାସୁଦେବ ନଗର ଅଞ୍ଚଳରୁ ପ୍ରଶାନ୍ତ ମିଶ୍ରଙ୍କ ହିରୋ ଗ୍ଲାମର ଓଡ଼ି ୦୭ଏସ -୯୪୭୭ ଚୋରୀ ହୋଇଥିବା ବେଳେ ବ୍ୟାଙ୍କ କଲୋନୀରୁ ଚୋରୀ ହୋଇଥିବା ଅନ୍ୟ ଏକ ବାଇକ ମଧ୍ୟ ପୋଲିସ ଜବତ କରିଥିବା କହିଛି ।

ADVERTISEMENT