ରତ୍ନପୁର ଠାରୁ ରେଡ଼ିଓ ଷ୍ଟେସନ ଅବହେଳିତ କଚାରାସ୍ତା ଉପରେ ପୂର୍ତ୍ତ ବିଭାଗର ଦୃଷ୍ଟି ପଡିବ କେବେ ?

5

କୁକୁଡାଖଣ୍ଡି,୨୪/୮,(ଡ଼ି.ଏଚ) :କୁକୁଡାଖଣ୍ଡି ବ୍ଲକର ବ୍ରହ୍ମପୁର ସୀମାବର୍ତ୍ତୀ ଅଞ୍ଚଳ ଜଗଦଳପୁର, ନିମଖଣ୍ଡି, ଲୋଚାପଡ଼ା ୩ ଗୋଟି ପଞ୍ଚାୟତ ସମେତ ରେଡ଼ିଓଷ୍ଟେସନ ରହିଛି ସେଥିରୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗୋଟେ ଥିବା ବେଳେ ଅନ୍ୟ ଦୁଇଟି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ ରାସ୍ତା ଏତେ କଦର୍ଯ୍ୟରେ ରହିଛି ଯେ କେତେବେଳେ ବଡ଼ ଦୃଘଟଣାରେ ପ୍ରାଣହାନି ହେବାର ଆଶଙ୍କା କରୁଛନ୍ତି ସ୍ଥାନୀୟ ବାସିନ୍ଦା ବହୁ ସମୟରେ ଛୋଟବଡ଼ ଦୃଘଟଣା ମଧ୍ୟ ଗଟୁଛି ରାସ୍ତାଟି ଗତ 2ବର୍ଷ ହେଲା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପୂର୍ତ୍ତ ବିଭାଗର ନିର୍ଦେଶରେ ନିର୍ମିତ ହୋଇଛି l ନିର୍ମାଣ କରିଥିଲା ଠିକାଦାର କିନ୍ତୁ ଠିକାଦାର ଏବଂ ପ୍ରଶାସନ ଅଧିକାରୀ ମଧ୍ୟ ସେହି ରାସ୍ତାରେ ଯାତାୟତ କରିଥାନ୍ତି କିନ୍ତୁ କାହାରି ନଜର ପଡୁଥିଲେ ମଧ୍ୟ ଅଣଦେଖା କରୁଥିବା ଜଣାପଡୁଛି ସେହି ରାସ୍ତାଟି ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ ହୋଇ ତାହାର ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷ ସରକାରୀ ନିୟମ ରହିଥିଲେ ଉକ୍ତ ରାସ୍ତାର ଠିକାଦାରଙ୍କୁ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କୌଣସି ଚାପ ପଡୁନଥିବା ରୁ ଠିକାଦାର ଏବଂଜନପ୍ରତିନିଧି ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀ ମାନଙ୍କ ମଧୁଚନ୍ଦ୍ରିକା ରେ ରାସ୍ତାପାର କରୁଥିବା ଲୋକମାନେ ଦୃଘଟଣାରେ ବଳିପଡୁଥିବା ଅଭିଯୋଗ ହୋଇଛି ସେହି ରାସ୍ତା ଫାଟି ଆଁ କରିବା ସହ ଯାନିବିଲି ପ୍ରକଳ୍ପରେ ନିୟୋଜିତ ଏଲଏଣ୍ଟଟି କମ୍ପାନୀ ପାଇପ ବିଛାଇବା ସମୟରେ ଆବଶ୍ୟକତା ଅନୁଯାୟୀ ବାଲିନପକାଇ ନିନ୍ମ ମାନ କାର୍ଯ୍ୟଯୋଗୁଁ ବର୍ଷା ହେଲେ ରାସ୍ତାରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇ ଭାରି ଯାନ ଗୁଡିକ ଦବିଯିବା ଫଳରେ ଲୋକେ ନାହିଁନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି କିନ୍ତୁ ଅଞ୍ଚଳର ବିକାଶର କଥା ଆଶ୍ଚର୍ଯ୍ୟ କରିଛି ପଞ୍ଚାୟତ ଇଲେକ୍ସନ ହୋଇ ୩ ବର୍ଷ ବିତିଗଲା କିନ୍ତୁ ଆଖିଦୃଷ୍ଟିଆ ବିକାଶର ଉଦ୍ଘାଟନ ହୋଇନଥିବା ଦେଖି ଲୋକେ ବିରକ୍ତି ପ୍ରକାଶ କରୁଥାନ୍ତି l ରୋଡ଼ର ବିକାଶ ନୁହେଁ କି ଯାନିବିଲି ପ୍ରକଳ୍ପ ନିଜଅଞ୍ଚଳରେ ରହିମଧ୍ୟ ବିଶୁଦ୍ଧ ପାଣିପାଇବା ପାଇଁ ଜଗଦଳପୁର, ନିମଖଣ୍ଡି ଲୋକଙ୍କ ପାଇଁ ଦିବାଆଲୋକର ସ୍ବପ୍ନ ପ୍ରସ୍ତୁତି ଚାଲିଛି ପାନିୟ ଜଳର ଅଭାବୀରେ ଲୋକେ ଅସନ୍ତୋଷ ପ୍ରକାଶ କରନ୍ତି କରୋନା ଯୋଗୁଁ ରାସ୍ତା ଘାଟର ବିକାଶ ହେବ କି ନାହିଁ ଲୋକଙ୍କୁ ଚିନ୍ତା ଘାରିଲାଣି l

ADVERTISEMENT