ଅଜଗରକୁ ମାରି ଲୋକେ ରାସ୍ତାରେ ଫିଙ୍ଗିଲେ

2

ହିଞ୍ଜିଳିକାଟୁ,୨୫/୮(ଶେଷଦେବ ସାହୁ):-ଶିକାର କରିବାକୁ ଉଦ୍ୟମ ଜାରୀ ରଖିଥିବା ଏକ ଅଜଗର ସାପ ଶେଷରେ ଲୋକଙ୍କ ରୋଷର ଶିକାର ହୋଇ ନିହତ ହେବା ଘଟଣା ଜଣାପଡିଛି।ପରେ ଅଜଗର ସାପର ଶବକୁ ରାସ୍ତା କଡରେ ଫୋପାଡ଼ିବା ପରେ ସର୍ବ ସାଧାରଣଙ୍କ ଦୃଷ୍ଟିରୁ ବର୍ତ୍ତିବା ପାଇଁ ମାଟି ଘୋଡାଇବା ଉଦ୍ୟମ ହୋଇଛି।ଶବଟି ପଚି ଫୁଲି ଉଠିବା ଫଳରେ ଘଟଣାଟି ପଦାକୁ ଆସିଛି।ଏହା ହିଞ୍ଜିଳି ପୋୖରାଞ୍ଚଳର ୭ନଂ ୱାର୍ଡରେ ଘଟିଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ ଗତ ରବିବାର ମଧ୍ୟ ରାତ୍ର ସମୟରେ ୧୦/୧୨ଫୁଟ ଲମ୍ବର ଏକ ଅଜଗର ସାପ ଏକ ବାସ ଗୃହ ସମ୍ମୁଖରେ ଶୋଇଥିବା ଏକ ପୋଷା କୁକୁରକୁ ଶିକାର କରିବାକୁ ଚେଷ୍ଟା କରିଥିଲା।ପରେ କୁକୁର ର ରଡି ଶବ୍ଦ ଶୁଣି କିଛି ବ୍ୟକ୍ତି ଘଟଣା ସ୍ଥଳରେ ପହଞ୍ଚି ଅଜଗରର ଶିକାର ରୁ କୁକୁରକୁ ଉଦ୍ଧାର କରିଥିଲେ।ପରେ ଉପସ୍ଥିତ ଲୋକେ ସାପଟିକୁ ମାରି ହମ୍ପସ ନିକଟରେ ଫୋପାଡ଼ି ମାଟି ଘୋଡାଇ ଦେଇ କାମ ସାରି ଦେଇଥିଲେ।ପରେ ସାପର ପଚାସଢା ଅଂଶ ଏକ ଦୁର୍ଗନ୍ଧ ପରିବେଶ ସୃଷ୍ଟି କରିଥିଲା। ଅଜଗର ସାପର କିଛି ଅଂଶକୁ ନିଆଁ ଲଗାଇ ପୋଡା ଯାଇଥିବା କେହି କେହି କହିଛନ୍ତି।ଘଟଣାକୁ ହାଲକା ଭାବେ ନିଆଯାଇ ଏପରି କାର୍ଯ୍ୟ ସମ୍ପାଦନ କରାଯାଇଛି।ଅନ୍ତତଃ ପକ୍ଷେ ସ୍ନେକ ହେଲ୍ପ ଲାଇନ ସଦସ୍ୟ କିମ୍ବା ବନ ବିଭାଗର ସ୍ଥାନୀୟ ବିଟ ହାଉସର କର୍ମଚାରୀଙ୍କ ସହାୟତା ରେ ଅଜଗର ସାପକୁ ଧରାଯାଇ ସୁରକ୍ଷିତ ସ୍ଥାନରେ ଛାଡି ଦିଆଯାଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ADVERTISEMENT