ଅଙ୍କୁଶପୁର ଷ୍ଟେଟ ବ୍ୟାଙ୍କ ପରିସରରେ କର୍ମଚାରୀଙ୍କ କାର୍ଯ୍ୟକଳାପ ନେଇ ଗ୍ରାହକ ଅସନ୍ତୁଷ୍ଟ

0

କୁକୁଡାଖଣ୍ଡି,୨୫/୮(ଡ଼ି.ଏଚ): ବ୍ରହ୍ମପୁର ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ଅଧିନସ୍ଥ ଅଙ୍କୁଶପୁର ବୃନ୍ଦାବନ ବିହାର ଷ୍ଟେଟବ୍ୟାଙ୍କ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟଚାଲୁଥିବା ଯୋଗୁଁ ଗ୍ରାହକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ବ୍ୟାଙ୍କ ପରିସରରେ କ୍ଷୁଦ୍ରଜମାକାରି ଘଣ୍ଟାଘଣ୍ଟା ବିଳମ୍ବ କରି ଛିଡା କରୁଥିବା ବେଳେ ବଡ଼ ଅବା ଶିଳ୍ପପତି ଆକାଉଣ୍ଟ ଧାରିଙ୍କୁ ସ୍ୱଳ୍ପ ସମୟରେ ସେବା ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି l ଏହି ନିୟମକୁ କିଛି ଜମାକାରି ବିରୋଧ କରିବାରୁ ଅଭିଯୋଗ ବ୍ୟକ୍ତିଙ୍କୁ ଉକ୍ତ ବ୍ୟାଙ୍କର ଗେଟରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ସହ ଗ୍ରାହକ ମାନଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା ତାର ବଚସା ଉଗ୍ରରୂପ ଆଡକୁ ମୁହାଁଇବା ସମୟରେ ଉକ୍ତ ବ୍ୟାଙ୍କର ଉପ ପ୍ରବନ୍ଧକ ଆସି ଗ୍ରାହକଙ୍କ ଗୁହାରି ଶୁଣିବା ବଦଳରେ ସାମାଜିକ ଦୂରତା ନଥିବାକୁ ନେଇ ବ୍ୟାଙ୍କ ପରିସରରେ ଘଣ୍ଟାଘଣ୍ଟା ଧରି ଛିଡା ରହିଥିବା ଗ୍ରାହକଙ୍କୁ ଚିଡିଥିଲେ ଏବଂ ଉକ୍ତ ବ୍ୟାଙ୍କର ମୁଖ୍ୟପାଠକକୁ ବନ୍ଦ କରିବାକୁ ନିର୍ଦେଶ ଦେବାରୁ ଜମାକାରି ବିରକ୍ତି ପ୍ରଦର୍ଶନ କରିବାରୁ ପୁନଃର୍ବlର ଖୋଲାଯାଇଥିଲା ସେଠାରୁ ଜାଣିଶୁଣି ବିଳମ୍ବ କରି ଟଙ୍କା ଦେଣନେଣ କାର୍ଯ୍ୟ ଚାଲିଥିଲା ଏହା ନେଇ ଉକ୍ତ ବ୍ୟାଙ୍କ ମୁଖ୍ୟପ୍ରବନ୍ଧକଙ୍କୁ ପଚାରିବୁଝିବାରୁ ଲୋନ ଗ୍ରାହକଙ୍କୁ ହିଁ ପ୍ରଥମେ ଫାଟକ ବିତରକୁ ଅନୁମତି ପ୍ରଧାନକରାଯାଉଥିବା ସଫେଇଦେଇଛନ୍ତି ।

ADVERTISEMENT