ଆଡମିଶନ ଫିସ୍ ହ୍ରାସ କରିବା ପାଇଁ କଲେଜ ଅଧ୍ଯକ୍ଷଙ୍କୁ ଛାତ୍ରଛାତ୍ରୀଙ୍କ ଦାବୀ

5

ସାନଖେମୁଣ୍ଡି,୨୫/୮(ଡ଼ି.ଏଚ ): :ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟ ଉଚ୍ଚ ଶିକ୍ଷାର ଏକ ପ୍ରାଣକେନ୍ଦ୍ର । ଆଖପାଖର ବହୁ ଗ୍ରାମାଞ୍ଚଳର ଶହଶହ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ଏହି ମହାବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି।କିନ୍ତୁ କରୋନା ମହାମାରୀ ଯୋଗୁଁ ସଂପୂର୍ଣ୍ଣ ଶିକ୍ଷା ବ୍ଯବସ୍ଥା ଠପ୍ ହୋଇଯାଇଛି । କରୋନା ବଢିବା ହେତୁ କଲେଜ ମାର୍ଚ୍ଚ ମାସରୁ ବନ୍ଦ ରହିଛି । ଏପରିକି ଉଚ୍ଚ ଶିକ୍ଷା ବିଭାଗ କରୋନାକୁ ନଜରରେ ରଖି ଚତୁର୍ଥ ଓ ଷଷ୍ଠ ସେମିଷ୍ଟର ପରୀକ୍ଷାକୁ ପ୍ରମୋସନ ଦେବାର ବ୍ୟବସ୍ଥା କରିଥିଲେ । ବର୍ତ୍ତମାନ ସରକାରଙ୍କ ନୂତନ ଗାଇଡଲାଇନ୍ ଅନୁସାରେ ଛାତ୍ରଛାତ୍ରୀ ଆଡମିଶନ କରିବା ପାଇଁ ବିଜ୍ଞପ୍ତି ବାହାରିଛି । ଯାହା ବୋଝ ଉପରେ ଲଳିତା ବିଡା ସଦୃଶ ପାଲଟିଛି।କରୋନା ମହାମାରୀ ଭଳି ବିପତ୍ତି ସମୟରେ ମହାବିଦ୍ୟାଳୟ ତରଫରୁ ଧାର୍ଯ୍ୟ କରାଯାଇଥିବା ଆଡମିଶନ ଫିସ୍ କୁ ଛାତ୍ରଛାତ୍ରୀ ମାନଙ୍କ ଉପରେ ଆର୍ଥିକ ସମସ୍ୟାର ଚଡକ ପଡିଛି । ଏନେଇ ଆଜି କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମିଳିତ ଭାବେ କଲେଜ ଅଧ୍ଯକ୍ଷଙ୍କୁ ସାକ୍ଷାତ କରି ଶାନ୍ତିପୂର୍ଣ୍ଣ ଭାବେ ସେମାନଙ୍କ କ୍ଷୋଭ ପ୍ରକାଶ କରିଥିବା ପରିଲକ୍ଷିତ ହୋଇଛି । ବର୍ତ୍ତମାନର ଆର୍ଥିକ ପରିସ୍ଥିତିକୁ ନଜରରେ ରଖି ତୁରନ୍ତ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଡମିଶନ ଫିସ୍ ହ୍ରାସ କରିବା ପାଇଁ ପଦକ୍ଷେପ ନେବା ପାଇଁ ଦାବୀ ଜଣାଇଥିଲେ । ଏଥିରେ କଲେଜର ସମସ୍ତ ବିଭାଗର ବହୁ ଛାତ୍ରଛାତ୍ରୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

ADVERTISEMENT