ଆସନ୍ତା ୧୬ରୁ ବଢ଼ିବ ବର୍ଷା

12

ଭୁବନେଶ୍ୱର,୧୫/o୯(କୁନା ପ୍ରଧାନ) : ରାଜ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୧୬ ତାରିଖରୁ ବର୍ଷା ପରିମାଣ ବୃଦ୍ଧି ପାଇବ। ସମୁଦ୍ର ଆଡୁ ସ୍ଥଳ ଭାଗକୁ ବାୟୁ ପ୍ରବାହ ହେବାକୁ ଥିବାରୁ ଆସନ୍ତା ୧୯ ଏବଂ ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ ପହିଲାରୁ ସେପ୍ଟେମ୍ବର ୧୪ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷା ସ୍ବାଭାବିକଠାରୁ ୪ ପ୍ରତିଶତ ଅଧିକ ରହିଛି। ଏହି ସମୟରେ ୧୦୫୫.୩ ମି.ମି. ବର୍ଷା ହେବାକୁ ଥିବା ବେଳେ ହୋଇଛି ୧୦୯୩.୯ ମିଲିମିଟର। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କେତେକ ଅଞ୍ଚଳରେ କାଁଭାଁ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡରେ ୪ ମିଲିମିଟର ବର୍ଷା ହୋଇଥିବା ବେଳେ ଝାରସୁଗୁଡାରେ ୨.୯ ଏବଂ ସମ୍ବଲପୁରରେ ୦.୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ADVERTISEMENT