ଗେଟ ବଜ଼ାର ମୁଖ୍ୟ ପାଇପ ଫାଟି ପାଣି ଅନବରତ ଚାଲିଛି :ପ୍ରଶାସନ ଜାଣିଶୁଣି ନିରବ

1

ବ୍ରହ୍ମପୁର ,୨୯/୦୮(ଡ଼ିଏଚ ) : ବ୍ରହ୍ମପୁର ମୁଖ୍ୟ ବଜ଼ାର କୁହାଯାଉଥିବା ଗେଟ ବଜ଼ାର ଠାରୁ ଅନତି ଦୂର ନୂତନ ପରିବା ବଜ଼ାର ଦୀର୍ଘ ଚାରି ମାସ ହେଲା ପାଇପ ଫାଟି ଅନବରତ ପାଣି ନିଷ୍କାସନ ହେଉଥିବା ବେଳେ ପ୍ରଶାସନର ଏଥି ପ୍ରତି ଦୃଷ୍ଟି ପଡୁ ନଥିବା ଅଞ୍ଚଳବାସି ଅଭିଯୋଗ କରିଛନ୍ତି । ସୂଚନା ଥାଉକି ବ୍ରହ୍ମପୁର ସହର ଉପକଣ୍ଠ ଜାନିବାଲି ପ୍ରକଳ୍ପ ପାଣି ଆସିଲେ ବ୍ରହ୍ମପୁର ବାସିଙ୍କ ପାଣି ସମସ୍ୟା ଦୂର ହୋଇଯିବା ଆଶା ଆଶାରେ ହିଁ ରହିଯିବା ବେଳେ ଏଭଳି ପାଇପ ଫାଟି ପାଣି ଅନବରତ ଯିବା ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ଦେଖାଯାଇଛି । ଆଗାମୀ ଦିନରେ ପ୍ରଶାସନ ଏଥି ପ୍ରତି ଦୁଷ୍ଟି ନ ଦେଲେ ସ୍ଥାନିୟ ବାସିନ୍ଧା ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ADVERTISEMENT