ସାପ୍ତାହିକ ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ୍ ନିୟମ ବଳବତ୍ତର

3

ବ୍ରହ୍ମପୁର,୩୦/୮(ଡ଼ି.ଏଚ) : ଗଞ୍ଜାମ ଜିଲ୍ଲାରେ ସାପ୍ତାହିକ ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ୍ ନିୟମ ବଳବତ୍ତର ରହିଛି । କିନ୍ତୁ ଏହାକୁ କିଛି ଦୋକାନୀ ଖିଲାପ କରିଥିଲେ । ଜିଲ୍ଲା ପ୍ରଶାସନ ଜାରି କରିଥିବା ପଞ୍ଚସୂତ୍ରୀ ନିୟମ ଉଲଙ୍ଘନ ନେଇ ଶନିବାର ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୯ଟି ଦୋକାନକୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । କରୋନା କଟକଣାକୁ କଡାକଡି ଭାବେ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । କିଛି ବ୍ୟବସୟୀ ଅନୁଷ୍ଠାନ ମାନେ ପ୍ରଶାସନ ନିୟମକୁ ନମାନି ବିପଦକୁ ନିଜେ ଡାକୁଛନ୍ତି । କରୋନା ହଟସ୍ପଟ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ସହରରେ କୋଭିଡ୍ କଟକଣାକୁ ଖୋଲାଖୋଲି ଭାବେ ଉଲଙ୍ଘନ କରାଯାଉଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ସହରରେ ଜାରୀ କରାଯାଇଥିବା ନିୟମ ଉଲଙ୍ଘନ କରିବା ଅଭିଯୋଗରେ ୯ଟି ଦୋକାନକୁ ସିଲ୍ କରାଯାଇଛି । ସିଲ୍ ହୋଇଥିବା ଦୋକାନ ମଧ୍ୟରେ ଡ୍ରେସ୍, ହୋଟେଲ, ଫର୍ଣ୍ଣିଚର ଦୋକାନ ଓ ଗ୍ୟାରେଜ ଆଦି ରହିଛି ।ଏହି ସବୁ ଦୋକାନ ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ, ଆସ୍କାରୋଡ୍, ଗୋଇଲୁଣ୍ଡି, ଆମ୍ବପୁଅ ଅଞ୍ଚଳରେ ରହିଥିଲା ।

ADVERTISEMENT