ଅସମୟର ବନ୍ଧୁ ସାଜିଛି ଏମାରର୍ଜେନ୍ସି ବ୍ଳଡ ଆର୍ଗାନାଇଜେସନ

3

ବ୍ରହ୍ମପୁର,୩୦/୮(ଡ଼ି.ଏଚ) : ଜରୁରୀ କାଳୀନ ପରିସ୍ଥିତିରେ ଲୋକ ମାନଙ୍କ ଜୀବନ କେମିତି ଅଳ୍ପ ସମୟ ମଧ୍ୟରେ ଜୀବନ ବଞ୍ଚାଇ ଯାଇ ପାରିବ ସେ ସବୁ ହାତକୁ ନେଇଛନ୍ତି ଏମାରର୍ଜେନ୍ସି ବ୍ଳଡ ଆର୍ଗାନାଇଜେସନ । ଏହି ମହାମାରୀ କରୋନା ସାମୟରେ ଲକ୍ ଡାଉନ ଓ ସଟ୍ ଡାଉନ ସତ୍ତ୍ୱେ ମଧ୍ୟ ରକ୍ତର ଅଭାବ କୁ ପୁରା କରାଯାଇ ରକ୍ତ ଦାନ କରି ନିରୀହ ଲୋକ ମାନଙ୍କ ଜୀବନ ବଞ୍ଚାଇ ଯାଇ ପାରିଛି । ଦୀର୍ଘ ୭ ବର୍ଷ ତଳେ ୧୦୫ ସଦସ୍ୟ ଙ୍କୁ ନେଇ ଓ ୨୮ ଟି ରାଜ୍ୟକୁ ନେଇ ଏହି ସଂଗଠନ ଆରମ୍ଭ ହୋଇଥିଲା । ଏହି ସଙ୍ଗଠନରେ ଏବେ ୩୧୦୩ ସଦସ୍ୟ ସାମିଲ୍ ହୋଇଛନ୍ତି, ପ୍ରତେକ ରାଜ୍ୟରେ ଗୋଟିଏ ଗୋଟିଏ ଶାଖା ରହି ଅଛି ସେପରି ଓଡ଼ିଶା, ବ୍ରହ୍ମପୁର ଶାଖା ରେ ମୋଟ ସଦସ୍ୟ ଙ୍କ ସଂଖ୍ଯା ୨୩୫ । କରୋନା ମହାମାରୀ ସମୟରେ ଭୁବନେଶ୍ଵର, ପୁରୀ, କଟକ, ରେ 73 ଜଣଙ୍କୁ ଓ ବ୍ରହ୍ମପୁର ରେ ୧୪୦ ଜଣଙ୍କୁ ରକ୍ତ ଦାନ କରି ସେମାନଙ୍କ ମୁହଁରେ ପୁଣି ଥରେ ହସ ଫୁଟାଇ ପାରିଛନ୍ତି । ଏହି ସଂଗଠନର ମୂଖ୍ୟ ପ୍ରତିଷ୍ଠାତା ସୀମାଞ୍ଚଳ ଡାକୁଆ, ସଭାପତି କିରଣ କୁମାର ଶତପଥୀ, ଉପସଭାପତି ନାରାୟଣ ପାଣିଗ୍ରାହୀ ଏବଂ ସମ୍ପାଦକ ଟି. ବିଜୟ ରାଓ, ସଞ୍ଜୟ ଦାଶ, ରାକେଶ କୁମାର ନାୟକ, ସୀମାଞ୍ଚଳ ମହାରଣା, ସଙ୍କର୍ଷଣ ନାହାକ, ସନ୍ତୋଷ ସାହୁ, ଚଂଦ୍ର ଜେନା, ଚିନ୍ମୟ ଦଳାଇ, ଦେବାଶିଷ ଦଳାଇ, କପିଲ ପାଢି, ମୁନା ସାହୁ, ସତ୍ୟ ନାରାୟଣ ସାହୁ ଇତ୍ୟାଦି ପରିଚାଳନା କରୁଛନ୍ତି । ଏହି ସଂଗଠନ ରକ୍ତ ଦାନ କରିବା ସହ ଗରିବ ଲୋକ ମାନଙ୍କର ଛୋଟ ଛୋଟ ଅପରେଶନର ଦାୟିତ୍ଵ ନେଇ ସେମାନଙ୍କର ଅପରେଶନ କରାଯାଇ ପାରୁଛି ।

ADVERTISEMENT