ସହାୟ ଆପ ଜରିଆରେ ରୋଗୀ ମାନଙ୍କୁ ନିଶୁଳ୍କ ଔଷଧ ବିତରଣ ସେବା

1

ବ୍ରହ୍ମପୁର,୩୦/୮(ଡ଼ି.ଏଚ) : ଆଜି ସକାଳ ୯.୦୦ ଘଣ୍ଟା ସମୟରେ ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ଶ୍ରୀ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଶ୍ରୀ ବିଭୁତି ଭୂଷଣ ଜେନାଙ୍କ ନେତୃତ୍ୱରେ ହୋଇଥିବା ସହାୟ ଆପ ଜରିଆରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ରେ ରୋଗୀ ମାନଙ୍କୁ ଚିକିତ୍ସା କରିବା ସହ ମାଗଣା ଔଷଧ ବିତରଣ କରିଥିଲେ । ଏହି କରନା ମହାମାରୀ ସମୟରେ ଲୋକ ମାନଙ୍କୁ ସାହାଯ୍ୟ କରିବା ଏକ ମହତ କାମ । ଏଥିରେ ଶତାଧିକ ରୋଗୀ ଉପକୃତ ହୋଇଛନ୍ତି l ଏହି କାର୍ଯ୍ୟକ୍ରମରେ ଡ଼. ରାଜୀବ କୁମାର ମିଶ୍ର, ଶ୍ରୀ ଶିବ ପ୍ରସାଦ ଶତପଥୀ ସହାୟ ସଂଯୋଜକ, ଶ୍ରୀ କେ. ଲକ୍ଷ୍ମଣ ପାତ୍ର ବରିଷ୍ଠ ନେତା, ଶ୍ରୀ ପଦ୍ମ ଚରଣ ସାହୁ କଣମଣା ମଣ୍ଡଳ ସଭାପତି, ଶ୍ରୀ ପି. ରାମବାବୁ କଣମଣା ଯୁବ ମୋର୍ଚ୍ଚା ସଭାପତି, କେ. ଦାଶରଥି , ଡି. ମାସେନି, ସୁରେଶ କୁମାର ବେହେରା, ଅନିଲ କୁମାର ବେହେରା, ଭାସ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ l

ADVERTISEMENT