କଙ୍କୋରଡ ବିଜ୍ଞାନ ମହାବଦ୍ୟାଳୟର ଯୁକ୍ତ ତିନି ଦ୍ଵିତୀୟ ବର୍ଷର ଫିଜ୍ କମ୍ କରିବା ଦାବିରେ ଅଧକ୍ଷଙ୍କୁ ଦାବି ପତ୍ର

2

ସାନଖେମୁଣ୍ଡି,୩/୯(ଡ଼ି.ଏଚ ):ଯୁକ୍ତ ତିନି ଦ୍ଵିତୀୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କର ନାମ ଲେଖା କଲେଜ ଫିଜ୍ କୁ କମ୍ କରିବା ଦାବିରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ କଙ୍କୋରଡ ବିଜ୍ଞାନ ମହାବଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଆଜି ବିଦ୍ୟାଳୟର ଅଧକ୍ଷଙ୍କୁ ଦାବି ପତ୍ର ଦେଇଥିଲେ । ଗଞ୍ଜାମ ଜିଲ୍ଲା ରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଉ ଥିବା ବେଳେ ଓଡ଼ିଶାରେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି। ପାଞ୍ଚ ମାସ ଧରି ଲକ୍ ଡାଉନ୍ ଓ ସଡଡାଉନ୍ ଯୋଗୁ ଜୀବନ ଜୀବିକା ସମ୍ପୂର୍ଣ ଭାବରେ ଠପ୍ ହୋଇଯାଇଛି । ଏହି ପରିସ୍ଥିତିରେ ଯୁକ୍ତ ତିନି ଦ୍ଵିତୀୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କର ନାମ ଲେଖା କଲେଜ ପିଜ୍ କୁ କମ୍ କରାଯାଉ ବୋଲି ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହ ଆଲୋଚନା କରାଯାଇଛି । ବିଦ୍ୟାଳୟ ସଭାପତିଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି । ଦେବାଶିଷ ମହାନ୍ତି, ସନାତନ,ସଚିନ,କଂହୁ,ଦୀପକ ଭଗବାନ ଓ ଛାତ୍ର ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ADVERTISEMENT