ଜିଲ୍ଲାପାଳଙ୍କ କୁକୁଡାଖଣ୍ଡି ବ୍ଲକ କରୋନା ସମୀକ୍ଷା

2

କୁକୁଡାଖଣ୍ଡି,୩/୯(ଡ଼ି.ଏଚ ): ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ କୁକୁଡାଖଣ୍ଡି ବ୍ଲକ ଗ୍ରସ୍ତକରି କରୋନା ସ୍ଥିତିର ସମୀକ୍ଷା କରିବା ସହ ଦୋକାନ ଗୁଡିକର ପଞ୍ଚସୂତ୍ରୀ ନିୟମ ଉପରେ ଆଲୋଚନା କରିଥିଲେ । ପଞ୍ଚସୂତ୍ରୀ ନିୟମ ପାଳନକୁ ନେଇ ତହସିଲଦାରଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି । ତହସିଲଦାର ମାନେ ବ୍ଲକର ଯେଉଁ ଦୋକାନୀ ମାନେ ପଞ୍ଚସୂତ୍ରୀ ନିୟମ ପାଳନ କରୁନାହାନ୍ତି ସେମାନଙ୍କ ଦୋକାନ ସିଲ ସହ କଳାବଜ଼ାର କରୁଥିବା ସୂଚନା ମିଳିଲେ ସେମାନଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଟାନ ନେଇପାରିବେ ବୋଲି ଜିଲ୍ଲାପାଳ କହିଥିଲେ।ଅନ୍ୟପକ୍ଷେ ସରପଞ୍ଚ ମାନେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇ ଅମାନୀୟା ଦୋକାନୀ ମାନଙ୍କ ତଥ୍ୟ ତହସିଲଦାରଙ୍କୁ ପ୍ରଦାନ କରିବେ।ହୋମକ୍ବାରେଣ୍ଟାଇନରେ ରହୁଥିବା ବ୍ୟକ୍ତି ମାନେ କିପରି ରହୁଛନ୍ତି ସେମାନଙ୍କ ସଂପୂଣ୍ନ ତଥ୍ୟ ସଂଗ୍ରହ ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କ ରେ ତଥ୍ୟ ରଖିବେ।ବ୍ଲକ ପରିସରରେ ସ୍ବାସ୍ଥ୍ୟସଂପଦ ଏବଂ ସୌନ୍ଦର୍ଯ୍ୟ କରଣ ଗଛ ଲଗାଇବାକୁ ବିଡିଓ ଙ୍କୁ ପରାମର୍ଶ ଦେଇଥିଲେ ବ୍ଲକରେ ବର୍ତମାନ ସୁଦ୍ଧା 28ଟି ଆକ୍ରାନ୍ତ ସଂଖ୍ୟା ଯେପରି ବୃଦ୍ଧି ନହୁଏ ତାହା ଉପରେ ସତର୍କତା ଅବଲମ୍ବନ କରିବା ସହ ସାମାଜିକ ଦୂରତା ଏବଂ ମାସ୍କର ବ୍ୟବହାର ଉପରେ ପ୍ରଧ୍ୟାନ୍ୟତା ଦେଇ ଥିଲେ ବିଶେଷକରି ଗ୍ରାମାଞ୍ଚଳ ଦୋକାନଦାର ମାନେ ନିଜେ ସଚେତନ ହୋଇ ଗ୍ରାହକଙ୍କୁ ଯେଭଳି ସଚେତନ କରିବେ।ପଞ୍ଚାୟତ ରେ ଦୁଇ ମାସର ଖାଦ୍ୟ ସାମଗ୍ରୀ ଯେଭଳି ଜନସାଧାରଣ ପାଇବେ ବ୍ଲକ ଯୋଗାଣ ଅଧିକାରୀଙ୍କୁ ସୂଚେଇ ଥିଲେ ଏବଂ ଶେଷରେ କରୋନା ହାରିବ ଗଞ୍ଜାମ ଜିତିବ ନିଜେ ସ୍ଲୋଗାନ ଦେବା ସହ ଉପସ୍ଥିତ ସରପଞ୍ଚ ଓ କର୍ମଚାରୀଙ୍କୁ ୩ ଥର ଶପଥ ସ୍ଲୋଗାନ ଦେଇଥିଲେ ଏଥିରେ ଜିଲ୍ଲପାଳଙ୍କ ସହ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ,ବିଡିଓ ଗଦାଧର ପାତ୍ର,ତହସିଲଦାର ଇପ୍ସିତା ପ୍ରିୟଦଶନୀ ମିଶ୍ର,ବ୍ଲକ ଚେୟାରମେନ କାମାକ୍ଷା ପ୍ରାସାଦ ପାତ୍ର,ଯୋଗାଣ ଅଧିକାରୀ ଜି ପ୍ରଶାନ୍ତ ରାଓ ସମସ୍ତ ସରପଞ୍ଚ ,ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ADVERTISEMENT