ଶ୍ରମିକ ଙ୍କ ମଜୁରୀ ପ୍ରଦାନ ରେ ବିଳମ୍ବ ଯୋଗୁଁ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା

3

ବ୍ରହ୍ମପୁର,୫/୯,(ଡ଼ି.ଏଚ) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅନ୍ତିରି ଗାଁ ପଞ୍ଚାୟତ ର କୋଳିଦାସପୁର ଗ୍ରାମର ଶ୍ରମିକ ମାନେ ଏନ ଆର ଜି ଏସ ଯୋଜନା ରେ ଏକ ରୋଡ କାମଗତ ଏପ୍ରିଲ ମାସରେ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ପାରିଶ୍ରମିକ ମିଳିନଥିବାରୁ ସେମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ଗୁରୁବାର ଦିନ ଧାରଣା ଦେବା ସହ ଦାବି ପତ୍ରଦେଇଥିଲେ।ବିଡିଓ ଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଏକଦାବି ପତ୍ର ପ୍ରଦାନ କରିଛନ୍ତି । ସୂଚନା ମୁତାବକ, କୋଳିଦାସପୁର ଗ୍ରାମର ଶ୍ରମିକ ମାନେ ବଗଡପଦର ଓ ଠାକୁରାଣି ମନ୍ଦିର ରାସ୍ତାନିର୍ମାଣ କାର୍ଯ୍ୟ ପ୍ରତ୍ୟେକ ଶ୍ରମିକ ୧୬ଦିନ ଲେଖାଏଁ କାର୍ଯ୍ୟ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ମଜୁରୀ ମିଳିନାହିଁ ।ବାରମ୍ବାର ଶ୍ରମିକମାନେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ କର୍ମଚାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ଯାହା ଫଳରେକି ସେମାନେ ଗୁରୁବାର ଦିନ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।ବିଡିଓ ବିଜୟ ବେହେରା ଶୀଘ୍ର ମଜୁରୀ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ । ଜାତୀୟ କର୍ମ ନିଯୁକ୍ତି ଯୋଜନା ରେ ଶ୍ରମିକ ମାନଙ୍କୁ ପନ୍ଦର ଦିନ ମଧ୍ୟରେ ମଜୁରୀ ପ୍ରଦାନ କରିବା ପାଇଁ ଗାଇଡିଲାଇନ ରହିଥିବା ବେଳେ କେଉଁ ଆଧାରରେ ସେମାନଙ୍କ ର ମଜୁରୀ ପ୍ରଦାନ ରେ ଅହେତୁକ ବିଳମ୍ବ କରାଯାଉଛି ତଦନ୍ତ କରିବାସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଶ୍ରମିକ ମାନେ ଦାବି ପତ୍ର ପ୍ରଦାନ କରିଛନ୍ତି । ଅଯୋଗ୍ୟ ଓ କାର୍ଯ୍ୟ କରୁନଥିବା ଶ୍ରମିକଙ୍କ ଖାତା କୁ ମଜୁରୀ ପଠାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ବିଶ୍ବ ମହାମାରୀ କରୋନାସମୟରେ ଶ୍ରମିକମାନେ ସନ୍ତୁଳି ହୋଉଥିବା ବେଳେ ଏପରି ଅହେତୁକ ମଜୁରୀ ପ୍ରଦାନ ରେ ବିଳମ୍ବ କୁ ସେମାନେ ଦୃଢ ନିନ୍ଦା କରିଛନ୍ତି।

ADVERTISEMENT