ଶେରଗଡ଼ରେ ସାପ କାମୁଡ଼ାରେ ମହିଳା ମୃତ

11

ହିଂଜିଳିକାଟୁ,୧୫/o୯(ଶେଷଦେବ ସାହୁ): ଶେରଗଡ଼ ଥାନା ଗୋବିନ୍ଦପୁର ଗ୍ରାମରେ ଶନିବାର ଅପରାହ୍ନରେ ବିଷଧର ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ସଂପୃକ୍ତ ଗ୍ରାମ ନୁଆଁ ସାହି ବାସିନ୍ଦା କୋରା ସେଠିଙ୍କ ଧର୍ମପତ୍ନି ମଂଜୁଳା ସେଠି (୩୮) । ଶନିବାର ଅପରାହ୍ନରେ ମଂଜୁଳା ଓ ତାଙ୍କ ଶାଶୁ ଧାନ ବିଲରୁ କାମ ସାରି ଘରକୁ ଫେରୁଥିବା ବେଳେ ଧାନବିଲ ନିକଟରେ ଏକ ବିଷଧର ସାପ ମଂଜୁଳାଙ୍କୁ କାମୁଡ଼ି ଦେଇଥିଲା । ଗ୍ରାମବାସୀଙ୍କ ଠାରୁ ଖବର ପାଇ ପରିବାର ସଦସ୍ୟ ଘଟଣା ସ୍ଥଳରୁ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଶେରଗଡ଼ ପୋଲିସ ହିଂଜିଳିକାଟୁ ଡ଼ାକ୍ତରଖାନାରେ ପଂହଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ ।

ADVERTISEMENT