ପାରିବାରିକ କଳହକୁ କେନ୍ଦ୍ର କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

12

ହିଂଜିଳିକାଟୁ,୧୫/o୯(ଶେଷଦେବ ସାହୁ) : ହିଂଜିଳି ଥାନା ପିତଳ ଗ୍ରାମରେ ଜଣେ ଯୁବକ ପାରିବାରିକ କଳହକୁ କେନ୍ଦ୍ର କରି ଏକ ଛୁରୀ ସାହର୍ଯ୍ୟରେ ନିଜ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଯୁବକ ଜଣକ ପିତଳ ଗ୍ରାମ ରଥ ସାହି ବାସିନ୍ଦା କାହ୍ନୁ ଡ଼ାକୁଆ (୨୮) । ରବିବାର ଅପରାହ୍ନରେ କୌଣସି କଥାକୁ କେନ୍ଦ୍ର କରି କାହ୍ନୁ ସହ ପରିବାର ସଦସ୍ୟଙ୍କ ଗଣ୍ଡଗୋଳ ହୋଇଥିଲା । ଏଥିରେ ଯୁବକ ଜଣକ ଉତକ୍ଷିପ୍ତ ହୋଇ ଘରେ ଥିବା ଏକ ଧାରୁଆ ଛୁରୀ ସାହାର୍ଯ୍ୟରେ ନିଜ ବେକକୁ କାଟି ଗୁରୁତର ଆହତ ହୋଇଥିଲେ । ପରିବାର ସଦସ୍ୟ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ବର୍ତ୍ତମାନ ଯୁବକ ଜଣକ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି

ADVERTISEMENT