କ୍ଳଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା

19

ହିଂଜିଳିକାଟୁ,୧୫/o୯(ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ଗୋଷ୍ଟି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରଭୁକ୍ତ ୧୦ଟି କ୍ଳଷ୍ଟରରେ ଶନିବାର ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଟିତ ହୋଇଯାଇଛି । ସ୍ଥାନୀୟ ବ୍ଳକର ବୁରୁପୋଡ଼ା, ପୋଚିଲିମା, ଦୁର୍ବନ୍ଧ, ଭାବନ୍ଧ, ନନ୍ଦିକ, ସିକିରି, ଗଣ୍ଡଳା, ମକରଝୋଳ, କଂଚୁରୁ ଏବଂ ସ୍ଥାନୀୟ ପୌରାଂଚଳରେ ଏହି ମେଳା ଅନୁଷ୍ଟିତ ହୋଇଥିଲା । ବିଭିନ୍ନ ପାଠ୍ୟକ୍ରମର ୪୦୦ରୁ ଉର୍ଦ୍ଧ୍ୱ ଶିକ୍ଷଣ ସାମଗ୍ରୀ ପଦର୍ଶିତ କରାଯାଇଥିଲା । ଗୋଷ୍ଟି ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଓ ଅତିରିକ୍ତ ଗୋଷ୍ଟି ଶିକ୍ଷାଧିକାରୀ ବିଶ୍ୱନାଥ ମହାରଣା, କେ. ନିମାଇଁଚାନ୍ଦ ମହାପାତ୍ର ସମସ୍ତ କ୍ଳଷ୍ଟରେ ପ୍ରଦର୍ଶିତ ହୋଇଥିବା ଶିକ୍ଷଣ ସାମଗ୍ରୀକୁ ବୁଲି ଦେଖିଥିଲେ । ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ଭିତିକ ଶିକ୍ଷଣ ସାମଗ୍ରୀ ଦ୍ୱାରା ଶିକ୍ଷା ପ୍ରଦାନ କଲେ ଶିକ୍ଷାର୍ଥୀ ମାନେ ଅଧିକ ସରଳ ଓ ସହଜରେ ଞ୍ଜାନ ଆହରଣ କରିପାରିବେ ବୋଲି ବିଇଓ ପଣ୍ଡା କହିଥିଲେ । କ୍ଳଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳାରେ ପୁରସ୍କୃତ ହୋଇଥିବା ଶିକ୍ଷଣ ସାମଗ୍ରୀ ବ୍ଳକସ୍ତରରେ ପଦର୍ଶନ କରାଯାଇ ଜିଲ୍ଲାସ୍ତରକୁ ମନେନେୀତ କରାଯିବ ବୋଲି ବିଇଓ କହିଛନ୍ତି । ସିଆରସିସି ପ୍ରମୋଦ କୁମାର ସାହୁ, ରଘୁନାଥ ସାହୁ, ଅରୁଣ କୁମାର ଦାଶ, କୌଳାସ ସାହୁ, ସନ୍ତୋଷ କୁମାର ଗୌଡ଼, ଗୌରୀ ମିଶ୍ର, ସୂର୍ଯ୍ୟ ସାହୁ, ସୁଶାନ୍ତ ପାଢି, ଯାଦବ ସାହୁ, ଅମରେଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ADVERTISEMENT