କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

12

କନ୍ଧମାଳ,୧୫/o୯(ସୁରେଶ କୁମାର ପଣ୍ଡା ) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ(ରାସ୍ତା ଓ କୋଠାବାଡି) ତରଫରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ କରଯାଇଥିଲା । ଏହି କାର୍ଯ୍ୟକ୍ରମ ତୁମୁଡିବନ୍ଧ ଥାନା ସମ୍ମୁଖରେ ଏବଂ ବେଲଘର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଲୋକ ମାନଙ୍କୁ ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ ଓ ଏହାର ପୁନଃ ବିନଯୋଗ ନେଇ କୁହାଯିବା ସହ ଏହି ମହାନ କାର୍ଯ୍ୟକ୍ରମରେ ସାମିଲ ହେବା ନିମନ୍ତେ ପ୍ରତି ଗାଁ ଓ ସାହିରେ ରହୁଥିବା ଲୋକଙ୍କୁ ପ୍ରଚାର କରିବା ସହ ସୁଚାରୁ ରୂପେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କ୍ରମରେ ସହକାରୀ ଯନ୍ତ୍ରୀ ସଚିକାନ୍ତ ଜୟ ସିଂ,କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ଘୋଷ, ତୁମୁଡିବନ୍ଧ ଏସଆଇ ଯୁଗଳ କିଶୋର ନାୟକ, ଅଂଚଳର ବହୁ ସମାଜ ସେବି, ଠିକାଦାର ଟୁଟୁ ମହାପାତ୍ର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ADVERTISEMENT